Live Odisha Tv

ତାଜା ଖବର

ଅପରାଧ

ଗୁଜରାଟରୁ ୫ ହଜାର କୋଟି ଟଙ୍କାର କୋକେନ ଜବତ

ଦିଲ୍ଲୀ ପରେ ଗୁଜରାଟରୁ ଧରା ପଡ଼ିଛି ବିପୁଳ ପରିମାଣର କୋକେନ। ଆଜି ଗୁଜରାଟର ଅଙ୍କଲେଶ୍ୱର ସିଟିରୁ ସ୍ୱତନ୍ତ୍ର ଜଏଣ୍ଟ ଅପରେସନ ମାଧ୍ୟମରେ ପୁଲିସ୍‌ ୫ ହଜାର କୋଟି ଟଙ୍କାର କୋକେନକୁ ଜବତ କରିଛି। ଆଜି ଦିଲ୍ଲୀ ଓ ଗୁଜରାଟ ପୁଲିସ ମିଳିତ ଭାବେ ଅଙ୍କେଲଶ୍ୱର ଠାରେ ଥିବା ଆଭକାର ଡ୍ରଗ୍ସ ଲିଃ କମ୍ପାନୀରେ ରେଡ୍‌ କରିଥିଲେ। ଏହି ସମୟରେ ସେଠାରୁ ୫୧୮ କେଜି ଓଜନର କୋକେନ ମିଳିଛି। ଏହାର ବଜାର ମୂଲ୍ୟ ୫ ହଜାର ଟଙ୍କାରୁ ଅଧିକ

Read More »
ତାଜା ଖବର

ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡ଼ୁଆ

ଶ୍ରୀ ମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡ଼ୁଆ। ଖୁବ୍‌ ଶୀଘ୍ର ଏହି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡ଼ୁଆ ଦିଆଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରା ହରିଚନ୍ଦନ। ଶ୍ରୀ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ଦେବା ପାଇଁ ବର୍ଷକୁ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ବୋଝ ଯେପରି ସରକାରଙ୍କ

Read More »
ତାଜା ଖବର

ଓଡ଼ିଶାରୁ ଫେରିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ

ପାଣିପାଗ ବିଭାଗର ଆକଳନ ସତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ବିଳମ୍ୱରରେ ଓଡ଼ିଶାରୁ ଫେରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଜିଠାରୁ ପ୍ରାୟତଃ ରାଜ୍ୟର ଅଧିକାଂଶ ଜିଲ୍ଲାରୁ ମୌସୁମୀ ଫେରିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗକୁ ବାଘୁଆ ଶୀତ ମାଡ଼ି ଆସିବ ବୋଲି ଅନୁମାନ କରାଯାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଜିଠାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଯାଜପୁର,

Read More »
ତାଜା ଖବର

୬ ଶହ କୋଟି ଟପିଲା ଶାରଦୀୟ ପୂଜା ବଜେଟ୍

ଲକ୍ଷେ କି କୋଟିଏ ନୁହେଁ, ମା’ ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ସତେ ଯେମିତି ଲାଗୁଛି କଟକ-ଭୁବନେଶ୍ୱରରେ ଚାଲିଛି ବ୍ୟୟବହୁଳ ପୂଜା ଆୟୋଜନ ପାଇଁ ପ୍ରତିଯୋଗିତା। ଜାଣି ଆଶ୍ଚର୍ଯ୍ୟ ହେବେ, ଉଭୟ ସହରରେ ଏବର୍ଷ ୬ ଶହ କୋଟି ଟପିଛି ଶାରଦୀୟ ପୂଜା ବଜେଟ୍। ତେବେ କାହିଁକି, ବ୍ୟୟବହୁଳ ହେଉଛି ଶାରଦୀୟ ଦୁର୍ଗାପୂଜା। ଆକର୍ଷଣୀୟ ପୂଜା ସହ ବଢ଼ି ଚାଲୁଛି ବଜେଟ। ପ୍ରତିବର୍ଷ ବୃଦ୍ଧି ପାଉଥିବା କଳେବର

Read More »
ତାଜା ଖବର

ନୋଏଲ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ:  ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ । ନୋଏଲଙ୍କୁ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।ସ୍ୱର୍ଗତ ରତନ ଟାଟାଙ୍କ ମୃତ୍ୟୁ ପରେ ଏହି ଦାୟିତ୍ୱ ତାଙ୍କୁ ଦିଆଯାଇଛି। ସ୍ୱର୍ଗତ ରତନ ଟାଟାଙ୍କ ଦେହାନ୍ତ ପରେ ଏହି ଦାୟିତ୍ ନୋଏଲ୍ ଟାଟାଙ୍କୁ ଦିଆଯାଇଛି। 1991 ରେ ଯେତେବେଳେ ରତନ ଟାଟାଙ୍କୁ ଟାଟା ଗ୍ରୁପର ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା, ସେତେବେଳେ ସେ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ହୋଇଥିଲେ । ବର୍ତ୍ତମାନ ଟାଟା

Read More »
ତାଜା ଖବର

ଦ୍ୱେତନଗରୀରେ ଦଶହରା ପାଇଁ ଟ୍ରାଫିକ କଟକଣା

ଟ୍ୱିନସିଟିରେ ଦଶହରା ପାଇଁ ଟ୍ରାଫିକ କଟକଣା। ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ କଟକ ଏବଂ ଭୁବନେଶ୍ୱର ଟ୍ରାଫିକ କଟକଣା ଲାଗୁ ହେବ। ଏ ସମ୍ପର୍କରେ କମିଶନରେଟ ପୋଲିସ ବିଜ୍ଞପ୍ତି ଜାରି କରିଛି। କଟକରେ ଅପରାହ୍ନ ୪ଟା ରୁ ରାତି ୧ ଟା ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଥିବାବେଳେ ଭୁବନେଶ୍ୱରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ । ଭୁବନେଶ୍ବରରେ ବାଣୀବିହାରରୁ ଶିଶୁଭବନ ଛକ, ବରମୁଣ୍ଡାରୁ ପଳାଶୁଣୀ, ରସୁଲଗଡ଼ରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ଉଭୟ

Read More »
କ୍ରୀଡା

ଆଗୁଆ ଟି-୨୦ ସିରିଜ କବଜା କଲା ଭାରତ

ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜକୁ ଆଗୁଆ ୨-୦ରେ କବଜା କରି ଭାରତୀୟ ଟିମ। ଦିଲ୍ଲୀରେ ଖେଳା ଯାଉଥିବା ଦ୍ୱିତୀୟ ଟି-୨୦କୁ ଭାରତୀୟ ଟିମ ଅତି ସହଜରରେ ଜିତି ନେଇଛି। ଭାରତ ୨୨୨ ରନର ଟାର୍ଗେଟ ଦେଇଥିବା ବେଳେ ବାଂଲାଦେଶ ଟିମ ୯ ୱିକେଟରେ କେବଳ ୧୩୫ ରନରେ ଅଟକି ଯାଇଛି। ୮୬ ରନରେ ଦ୍ୱିତୀୟକୁ ଟି-୨୦ ଜିତି ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଗୋଟିଏ ମ୍ୟାଚ୍‌ ପୂର୍ବରୁ ସିରିଜ କବଜା କରିନେଇଛି। ଶେଷ ମ୍ୟାଚ୍‌ ଆସନ୍ତା

Read More »
ତାଜା ଖବର

ହରିୟାଣା ନିର୍ବାଚନ ପରେ କଂଗ୍ରେସକୁ ଝଟକା ଦେଲେ ଅଖିଲେଶ

ହରିୟାଣାରେ ନିଶ୍ଚିତ ବିଜୟକୁ ହାତ ଛଡ଼ା କରିଥିବା କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଇଣ୍ଡିଆ ମେଣ୍ଟ ଝଟକା ଦେବାରେ ଲାଗିଛନ୍ତି। କଂଗ୍ରେସ ହରିୟାଣାରେ ୩୭ ଆସନ ଜିତିଥିବା ବେଳେ ବିଜେପି ହ୍ୟାଟ୍ରିକ ବିଜୟ ହାସଲ କରିଛି।ଏପରି ପରାଜୟ ପରେ ପ୍ରଥମେ ଆପ ପରେ ଉଦ୍ଧବ ଠାକରେଙ୍କ ଶିବସେନା ସହଯୋଗୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଏବେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ମଧ୍ୟ କଂଗ୍ରେସକୁ ଉତ୍ତର ପ୍ରଦେଶ ଉପ ନିର୍ବାଚନ ପୂର୍ବରୁ ଝଟକା ଦେଇଛି। କଂଗ୍ରେସ ଓ

Read More »
ତାଜା ଖବର

ସେବା ଓ ସମର୍ପଣର ଅନ୍ୟ ନାମ ଡାକ୍ତର ରାମଚନ୍ଦାନି

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ । ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ । ସନ୍ଥ କବି ଭୀମ ଭୋଇଙ୍କ ଏହି ମାନବବାଦୀ ବାଣୀର ମହତ୍ତ୍ଵ କୁ ମର୍ମେ ମର୍ମେ ହୃଦୟଙ୍ଗମ କରିଛନ୍ତି ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ବୁର୍ଲା ମେଡିସିନ ବିଭାଗର ସହକାରୀ ଅଧ୍ୟାପକ ଡ଼ ଶଙ୍କର ରାମଚନ୍ଦାନି । କନ୍ସଲଟେସନ୍ ଫି ବାବଦକୁ ମାତ୍ର ଟଙ୍କାଟିଏ ନେଇ ରୋଗୀସେବା କରୁଥିବା ଡାକ୍ତର ଶଙ୍କର

Read More »
ତାଜା ଖବର

କାଦମ୍ବିନୀର ଶାରଦୀୟ ବନ୍ଧୁ ମିଳନ

ଭୁବନେଶ୍ୱର : ଲୋକପ୍ରିୟ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି କିସ୍‍ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିତ୍ୟ, ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରୁ ୫ଶହରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ‘କାଦମ୍ବିନୀ’ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କହିଲେ, କାଦମ୍ବିନୀ ପ୍ରତିବର୍ଷ କବି ଓ ସାହିତ୍ୟିକଙ୍କୁ ନେଇ ଶାରଦୀୟ ବନ୍ଧୁ ମିଳନ କରିଥାଏ । ଏହା ବ୍ୟତୀତ ଓଡ଼ିଆ ଭାଷା

Read More »