ଦେଶ ବିଦେଶ

ତାଜା ଖବର

୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା

ଆଜି ଅବପାତରେ ପରିଣତ ହେବ ସୁଦୃଶ୍ୟ ଲଘୁଚାପ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ତତ୍ ସଂଲଗ୍ନ ଭାରତ ମହାସାଗର ନିକଟସ୍ଥ ଅଞ୍ଚଳରେ ଅବସ୍ଥିତ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି କ୍ରମଶଃ ଘନୀଭୂତ ହୋଇ ଆଜି ଆବପାତର ରୂପ ନେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ପରବର୍ତ୍ତୀ ସମୟରେ ଘନୀଭୂତ

Read More »
ତାଜା ଖବର

କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ?

କିଏ ହେବ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ଏକାନାଥ ସିନ୍ଦେ ନା ଦେବେନ୍ଦ୍ର ଫଡନାବିସ୍‌। ବିଧାନସଭା ନିର୍ବାଚନରେ ବିଜେପି ଏକା ୧୩୨ ଆସନରେ ଜିତି ବଡ଼ ଦଳ ଭାବେ ଉଭା ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀ ରେସ୍‌ରେ ଦେବେନ୍ଦ୍ର ଫଡନାବିସ୍ ଆଗରେ ଅଛନ୍ତି। ଏହାରି ଭିତରେ ମହାୟତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ଅଜିତ ପାୱାର ଦଳର ଏନସିପି ଦେବେନ୍ଦ୍ର ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ରାଜି ହୋଇଛନ୍ତି। ରବିବାର ଅନୁଷ୍ଠିତ ବୈଠକରେ ଅଜିତ

Read More »
ତାଜା ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ ସମାରୋହ

ଭୁବନେଶ୍ୱର : ସର୍ବବୃହତ ଜନଜାତି ବିଶ୍ୱବିଦ୍ୟାଳୟ କିସ୍‍ର ୪ର୍ଥ ସମାବର୍ତ୍ତନ ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହରିକୃଷ୍ଣ ଏକ୍‍ସପୋର୍ଟସ ପ୍ରାଇଭେଟ୍‍ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ପଦ୍ମଶ୍ରୀ ସାବଜୀ ଢ଼ୋଲକିଆ, ଡ. ବାତ୍ରା ଗ୍ରୁପ୍‍ ଅଫ୍‍ କମ୍ପାନୀସମୂହର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିଳ୍ପପତି ପଦ୍ମଶ୍ରୀ ଡା. ମୁକେଶ ବାତ୍ରା ଏବଂ ବିଶିଷ୍ଟ ଶିଳ୍ପପତି ଏସ୍‍ ଏନ୍‍ ଗ୍ରୁପ୍‍ ଅଫ୍‍ କମ୍ପାନୀର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ

Read More »
ତାଜା ଖବର

ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର : ୪୩ତମ ବିଶ୍ୱ କବି ସମ୍ମିଳନୀ ଅବସରରେ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଓ ରବୀନ୍ଦ୍ର ନାଥ ଟାଗୋର ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା, ସମାଜସେବ. କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ବିକାଶ ଆଣିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଥିବା ଶ୍ରୀ ସାମନ୍ତଙ୍କୁ ୱାର୍ଲ୍‍ଡ ଆକାଡେମୀ ଅଫ୍‍ ଆର୍ଟ ଆଣ୍ଡ କଲଚର (ଡବ୍ଲୁଏଏସି) ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

Read More »
ତାଜା ଖବର

କିସ୍‍ ଓ କିଟରେ ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା

ଭୁବନେଶ୍ୱର : ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା ଆଜି କିଟ୍‍ ଓ କିସ୍‍ ପରିଦର୍ଶନ କରି ଫେରିଯାଇଛନ୍ତି । କିସ୍‍ର ୪୦ ହଜାର ପିଲାଙ୍କ ମଧ୍ୟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ସେ ମୁମ୍ବାଇର କିସ୍‍ ଆସିଥିଲେ । ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ ‘ବନବାସ’ । ଉତ୍କର୍ଷଙ୍କ ପିତା ତଥା ବିଶିଷ୍ଟ ବଲିଉଡ୍‍ ନିର୍ଦ୍ଦେଶକ ଓ ନିର୍ମାତା ଅନୀଲ ଶର୍ମା କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିଷୟରେ ଶୁଣିଥିଲେ ।

Read More »
ତାଜା ଖବର

୨୩ରେ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକ

୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟକୁ ଆସନ୍ତା ୨୩ତାରିଖରେ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତରୁ ଫେରିବା ପରେ ୨୩ତାରିଖ ଅପରାହ୍ନରେ ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ ମିଳିବ ବୋଲି ଜଣାପଡ଼ିଛି। ମୋହନ ମାଝୀ ସରକାରଙ୍କ ଏହି ପ୍ରଥମ ଅତିରିକ୍ତ ଚିଠା ବଜେଟଟି ବାସ୍ତବ ଆବଶ୍ୟକତା ଓ ଖର୍ଚ୍ଚ କ୍ଷମତା ଉପରେ ଆଧାରିତ ରହିଛି ତଥା

Read More »
ଦେଶ ବିଦେଶ

ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ୍‍ ସମ୍ମାନ

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ୍‍ ଫେଡେରେସନ୍‍ (ଏଫ୍‍ଆଇଭିବି)ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କ୍ରସ୍‍ ସମ୍ମାନ’ ପ୍ରଦାନ କରାଯାଇଛି । ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ପର୍ତ୍ତୁଗାଲର ପର୍ତ୍ତୋଠାରେ ଚାଲିଥିବା ୩୯ତମ ଏଫ୍‍ଆଇଭିବି ବିଶ୍ୱ କଂଗ୍ରେସ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କ୍ରୀଡ଼ା ବିଶେଷ କରି ଭଲିବଲ୍‍ର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଏଫ୍‍ଆଇଭିବି ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି

Read More »
ଦେଶ ବିଦେଶ

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲର ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ

ଭୁବନେଶ୍ୱର : କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଅଭିନେତ୍ରୀ ତଥା ଲେଖିକା ସୋହା ଅଲ୍ଲୀ ଖାଁ, ଲେଖିକା ପ୍ରୀତି ସେନୋୟ, କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଚେୟାରପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଯୋଗଦେଇ ଥିବା ବେଳେ ଆଭାସୀରେ ବିଶିଷ୍ଟ ଶିଶୁ ସାହିତ୍ୟିକ ରସ୍କିନ୍‍ ବଣ୍ଡ ଓ ଅଭିନେତା ବିକ୍ରାନ୍ତ ମାସେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ

Read More »
ତାଜା ଖବର

କିଟରେ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ଉଦ୍‍ଘାଟିତ

ଭୁବନେଶ୍ୱର : ଚାକିରିକୁ ଅପେକ୍ଷା ନକରି ନିଜେ ସ୍ୱାବଲମ୍ବୀ ହେବା ପାଇଁ ଷ୍ଟାର୍ଟଅପ୍‍ ପ୍ରତି ଯୁବଗୋଷ୍ଠୀ ସଚେତନ ହେଲେ ଦେଶର ବିକାଶ ହେବ । ବିଶେଷ କରି ଗ୍ରାମାଞ୍ଚଳ ଯୁବଗୋଷ୍ଠୀ ଏଥିପ୍ରତି ଦୃଷ୍ଟି ଦେଇ ଆଗକୁ ଆସିବା ଦରକାର ବୋଲି କିଟରେ ୩ ଦିନିଆ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ୨୦୨୪କୁ ଉଦ୍‍ଘାଟନ କରି ଓଡ଼ିଶା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ରାଜ୍ୟମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍‍ ପ୍ରକାଶ

Read More »
ତାଜା ଖବର

କିମ୍‍ସରେ ଅତ୍ୟାଧୁନିକ ଷ୍ଟେରିଓଟାକ୍‍ଟିକ୍‍ ବାୟୋପ୍‍ସି

ଭୁବନେଶ୍ୱର : ଅତ୍ୟାଧୁନିକ ଷ୍ଟେରିଓଟାକ୍‍ଟିକ୍‍ ବାୟୋପ୍‍ସି ବ୍ୟବସ୍ଥା ସହ କିମ୍‍ସରେ ପ୍ରଥମ ଥର ଲାଗି ଉପଲବ୍‍ଧ ହୋଇଛି ୩-ଡି ଡିଜିଟାଲ୍‍ ମାମୋଗ୍ରାଫି ଯନ୍ତ୍ର। ଏହା ଦ୍ୱାରା ଓଡ଼ିଶା ବାହାରକୁ ଚିକିତ୍ସା ପାଇଁ ଯାଉଥିବା ରାଜ୍ୟର ବହୁ ରୋଗୀ ଉପକୃତ ହୋଇପାରିବେ। କିଟ୍‍, କିସ୍‍ ଓ କିମ୍‍ସ ପ୍ରତଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଯନ୍ତ୍ରକୁ ଉଦ୍‍ଘାଟନ ସୋମବାର ଉଦ୍‍ଘାଟନ କରିଥିଲେ। ସୂଚନାଯୋଗ୍ୟ, ଏହି ଯନ୍ତ୍ରରେ ସ୍ତନ କର୍କଟ ଭଳି ଜଟିଳ ରୋଗର ନିଦାନ ସହ ପ୍ରାକ୍‍ ଓ ସଠିକ୍‍ ଚିହ୍ନଟ ହୋଇପାରିବ

Read More »